ବଲାଙ୍ଗିରରେ ଉଛବ। ଦିଲ୍ଲୀ ନିର୍ବାଚନରେ ଦୀର୍ଘ ୨୭ ବର୍ଷ ପରେ ଭାରତୀୟ ଜନତା ପାର୍ଟି ବିଜୟ ବରଣ କରିଛି । ତେଣୁକରି ଉଛବ କର୍ମୀମାନେ ଆଜି ବଲାଙ୍ଗିର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଜୟ ଉଛବ ପାଳିଛନ୍ତି । ବଲାଙ୍ଗିର ବିଧାନସଭା ନିର୍ବାଚନ ମଣ୍ଡଳୀର ଭାରତୀୟ ଜନତା ପାର୍ଟିର ପ୍ରାର୍ଥୀ ଗୋପାଲଜୀ ପାଣିଗ୍ରାହୀଙ୍କ ନେତୃତ୍ୱରେ ଶହଶହ ସଂଖ୍ୟାରେ ବିଜେପି କର୍ମୀ ମାନେ ରୁଣ୍ଡ ହୋଇଥିଲେ । ବାଣ ଫୁଟାଇ, ଲୋକଙ୍କୁ ମିଠା ଖୁଆଇ ଅଭିନନ୍ଦନ ଓ ଶୁଭକାମନା ଜଣାଇଥିଲେ । ଦିଲ୍ଲୀର ଜନସାଧାରଣ ଦୁର୍ନୀତିକୁ ଝାଡୁରେ ସଫା କରିଛନ୍ତି ଏବଂ ଭାରତର ଯସଶ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପରେ ବିଶ୍ୱାସ ପ୍ରକଟ କରିଥିବାରୁ ଧନ୍ୟବାଦ ଜଣାଇଥିଲେ । ଆଗାମୀ ଦିନରେ ଭାରତୀୟ ଜନତା ପାର୍ଟିର ନେତୃତ୍ୱରେ ଦେଶର ରାଜଧାନୀ ବିକାଶର ଶିଖର ଛୁଇଁବ । ଏବଂ ଲୋକେ ଏକ ନୂଆ ଦିଲ୍ଲୀକୁ ଦେଖିବେ ବୋଲି ମତପ୍ରକାଶ ପାଇଛି । ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ସାରା ଭାରତ ଧିରେଧିରେ ପଦ୍ମମୟ ହେବାରେ ଲାଗିଛି । ଓଡିଶାରେ ୨୪ ବର୍ଷର କୁଶାସlନ ରେ ବ୍ରେକ ଦେବାରେ ସଫଳ ହେବାପରେ ଏବେ ଦିଲ୍ଲୀରେ ବିଜୟ ଧ୍ୱନୀ ଶୁଭିଛି । ଆଗାମୀ ଦିନରେ ଦିଲ୍ଳୀରେ ଦୁର୍ନୀିତିକୁ ଝାଡୁରେ ସଫା କରିଦିଆଯିବ ବୋଲି ମତପ୍ରକାଶ ପାଇଛି ।
ବଲାଙ୍ଗୀର ରୁ ସନ୍ତୋଷ କୁମାର ପଟ୍ଟନାୟକ ରିପୋର୍ଟ୍
