Search
Close this search box.

ବାକ୍ ସ୍ୱାଧୀନତାକୁ ନେଇ ସୁପ୍ରିମ ରାୟ

ନୂଆଦିଲ୍ଲୀ, ୨୮/୦୩: ବାକ୍ ସ୍ୱାଧୀନତା ଏକ ସୁସ୍ଥ ଓ ସଭ୍ୟ ସମାଜର ଏକ ଅବିଚ୍ଛେଦ୍ୟ ଅଂଶ। ନାଗରିକଙ୍କ ଏହା ମୌଳିକ ଅଧିକାର। କବିତା, ନାଟକ ଓ ବ୍ୟଙ୍ଗାତ୍ମକ ଗୀତ ଜୀବନକୁ ଅଧିକ ସମୃଦ୍ଧ କରେ। ତେଣୁ ଏହାର ସୁରକ୍ଷା କୋର୍ଟଙ୍କ ଦାୟିତ୍ୱ ବୋଲି ଏକ ଆବେଦନର ଶୁଣାଣି କରି କହିଛନ୍ତି ସୁପ୍ରିମକୋର୍ଟ।ସୁପ୍ରିମକୋର୍ଟ ଆହୁରି ମଧ୍ୟ କହିଛନ୍ତି, ‘କବିତା ଧର୍ମ ବିରୋଧୀ କିମ୍ବା ଦେଶ ବିରୋଧୀ ନୁହେଁ ଏବଂ ପୋଲିସ ସମ୍ବେଦନଶୀଳତା ପ୍ରଦର୍ଶନ କରିବା ଉଚିତ ଏବଂ ବାକ୍ ଏବଂ ଅଭିବ୍ୟକ୍ତିର ସ୍ୱାଧୀନତାର ଅର୍ଥ ବୁଝିବା ଉଚିତ୍। ଦେଶ ସ୍ବାଧୀନ ହେବାର‌ ୭୫ ବର୍ଷ ପରେ ବି ଆମେ ନିଜକୁ ଏତେ ଦୁର୍ବଳ କରି ଦେବା ନାହିଁ ଯେ, କେବଳ ଏକ ଷ୍ଟାଣ୍ଡଅପ କମେଡି ବ୍ୟଙ୍ଗ ମାଧ୍ୟମରେ ସାମ୍ପ୍ରଦାୟିକ ହିଂସା ସୃଷ୍ଟି ହେବ।’ ଗୁଜରାଟରେ କଂଗ୍ରେସ ସାଂସଦ ଇମ୍ରାନ ପ୍ରତାପଗଡ଼ୀ ଏକ ଫଟୋରେ କିଛି ବ୍ୟଙ୍ଗାତ୍ମକ କବିତା ଲେଖି ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ। ‘ଏ ଖୁନ୍ କେ ପ୍ୟାସେ ବାତ୍ ସୁନୋ’ ଗୀତରେ ବ୍ୟଙ୍ଗାତ୍ମକ କରି ଏକ ପୋଷ୍ଟ କରିଥିଲେ। ଏହା ବିଜେପି ଶାସିତ ସରକାରଙ୍କୁ କଡ଼ା ସମାଲୋଚନା ବୋଲି କୁହାଯାଉଥିଲା। ଯାହା ଫଳରେ ଗୁଜରାଟର ଜାମନଗରରେ ତାଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା। ଜାନୁଆରୀ ୧୭ରେ ଗୁଜରାଟ ହାଇକୋର୍ଟ ଏହି ଏଫଆଇଆରକୁ ରଦ୍ଦ କରିବାକୁ ମନା କରିବା ପରେ ଇମ୍ରାନ ସୁପ୍ରିମକୋର୍ଟଙ୍କ ଦ୍ଵାରସ୍ଥ ହୋଇଥିଲେ। ଜାନୁଆରୀରେ ଏହି ମାମଲାରେ ଶୁଣାଣି କରି ସୁପ୍ରିମକୋର୍ଟ ରାୟ ସଂରକ୍ଷିତ ରଖିଥିଲେ।
Bichitra Dunia
Author: Bichitra Dunia

Leave a Comment