Search
Close this search box.

ଅଖାଦ୍ୟ ଖାଇ ୧୭୦ ଶିଶୁ ଅସୁସ୍ଥ

*ଅଖାଦ୍ୟ ଖାଇ ୧୭୦ ଶିଶୁ ଅସୁସ୍ଥ, ଲୁଣ ବଦଳରେ ସର୍ଫ *ଟିଟିଲାଗଡ଼, ସନ୍ତୋଷ କୁମାର ପଟ୍ଟନାୟକ ରିପୋର୍ଟ୍ ୮/୧୨/୨୪ ଗତ ରାତ୍ରୀ ସାରା ଟିଟିଲାଗଡ଼ ମାତୃ ଓ ଶିଶୁ ଡାକ୍ତରଖାନାରେ ହୁରୀ ପଡିଥିଲା, କାନ୍ଦ ବୋବାଳି ପଡିଥିଲା l ଟିଟିଲାଗଡ଼ ଉପଖଣ୍ଡ ଅନ୍ତର୍ଗତ ମୁରିବାହାଲ ବ୍ଲକ ମାଲିସିରା ପଞ୍ଚାୟତ ଡେଙ୍ଗପଦର ପ୍ରାଥମିକ ବିଦ୍ୟାଳୟର ଶତାଧିକ ଛାତ୍ରଛାତ୍ରୀ ବିଦ୍ୟାଳୟକୁ ପାଠ ପଡ଼ିବାକୁ ଯାଇ ମଧ୍ୟାହ୍ନ ଭୋଜନ ଖାଇବା ପରେ ଅସୁସ୍ଥ ହୋଇପଡ଼ିଥିଲେ l ସେ ମଧ୍ୟରୁ ୬୮ ଜଣଙ୍କୁ ଟିଟିଲାଗଡ଼ ମାତୃ ଓ ଶିଶୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା l ସୂଚନାରୁ ପ୍ରକାଶ ଯେ ଶନିବାର ମଧ୍ୟାହ୍ନ ଭୋଜନ ଖାଇବା ପରେ ବିଦ୍ୟାଳୟରେ ଉପସ୍ଥିତ ପ୍ରାୟ ୧୫୦ ଶିଶୁ ଅସୁସ୍ଥ ହୋଇ ପଡ଼ିଥିଲେ l ଏନେଇ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ଅଭିଭାବକଙ୍କୁ ଖବର କରିନଥିବା ଅଭିଯୋଗ ହୋଇଛି l ଏନେଇ ଅବଗତ ହୋଇ ନିଜ ପୁଅଝିଅଙ୍କୁ ଅଟୋ ତଥା ବାଇକ ଯୋଗେ ଟିଟିଲାଗଡ଼ ଡାକ୍ତରଖାନାକୁ ପହଞ୍ଚାଇଥିଲେ l ପରେ ପ୍ରଶାସନ ପକ୍ଷରୁ ୭/୮ ଟି ଆମ୍ବୁଲାନ୍ସ ଯୋଗେ ଛାତ୍ରଛାତ୍ରୀଙ୍କୁ ଆଣି ଏଠାରେ ଭର୍ତ୍ତି କରାଯାଇଥିଲା l ଅନ୍ୟପକ୍ଷରେ ଡାକ୍ତରଖାନାରେ ଛାତ୍ରଛାତ୍ରୀ ତଥା ସେମାନଙ୍କ ଅଭିଭାବକଙ୍କ ଭିଡ଼ ନେଇ ଲୋକାରଣ୍ୟ ହୋଇ ପଡିଥିଲା l ଅନ୍ୟପକ୍ଷରେ ଏତେ ସଂଖ୍ୟକ ଛାତ୍ରଛାତ୍ରୀଙ୍କ ପାଇଁ ଆବଶ୍ୟକ ସଜ୍ଜ୍ୟା ନଥିବା ଯୋଗୁଁ ବାରଣ୍ଡାରେ ବସାଇ ଚିକିତ୍ସା ଆରମ୍ଭ କରାଯାଇଥିଲା l ବିଦ୍ୟାଳୟର ଶିକ୍ଷକ ମନୋରଞ୍ଜନ ପ୍ରଧାନ ବିରଞ୍ଚି ସେଠୀ ଖାଦ୍ୟରେ ରାନ୍ଧୁଣିଆ ଲୁଣ ବଦଳରେ ଲୁଗା ଧୁଆ ଡିଟରଜେଣ୍ଟ ପକାଇଦେବା ଯୋଗୁଁ ଏଭଳି ହୋଇଥିବା କହିଥିଲେ l ବିଦ୍ୟାଳୟ ଗୁଡିକରେ ପ୍ରସ୍ତୁତ ମଧ୍ୟାହ୍ନ ଭୋଜନ ଖାଦ୍ୟ ପ୍ରଥମେ ପ୍ରଧାନ ଶିକ୍ଷକ କିମ୍ବା ସହକାରୀ ଶିକ୍ଷକ ଖାଇ ପରଖିବା ନିୟମ ରହିଛି l ତେବେ ଆମ ଗରିବ ପରିବାରର ପୁଅଝିଅଙ୍କୁ ଉଚ୍ଚ ବେତନ ଭୋଗୀ ଶିକ୍ଷକ ସର୍ବଦା ନିକୃଷ୍ଟ ମାନର ଖାଦ୍ୟ ପ୍ରଦାନ କରୁଛନ୍ତି l ତେଣୁ ରନ୍ଧା ଖାଦ୍ୟ ନପରଖି ଆମ ପିଲାଙ୍କୁ ପଶୁଙ୍କ ଭଳି ଅଜାଡି ଦିଆଯାଉଛି ବୋଲି ଅନେକ ଅଭିଭାବକ ଅଭିଯୋଗ କରିଥିଲେ l ଉତ୍ତେଜନା ବ୍ୟାପିବା ଖବର ପାଇ ଟିଟିଲାଗଡ଼ ଥାନା ଅଧିକାରୀ ବିଶ୍ୱଜିତ ମନବୋଧ ଡାକ୍ତରଖାନା ପହଞ୍ଚି ପରିସ୍ଥିତିକୁ ଆୟତ୍ତାଧିନ କରିଥିଲେ l ଡା. ବିଜୁ ଅଗ୍ରୱାଲ, ଡା. ଅଲକା ରଥ, ଡା. ୟୋଗମାୟା ଯୋଗେଶ୍ବରି ପ୍ରମୁଖ ଚିକିତ୍ସା ଜାରି ରଖିଥିଲେ l ଆଜି ସକାଳୁ ଶିଶୁଙ୍କୁ ଡାକ୍ତରଖାନାରୁ ଡ଼ିସଚାର୍ଜ କରାଯାଇଥିବା ଜଣାଯାଇଛି l

Bichitra Dunia
Author: Bichitra Dunia

Leave a Comment