କଟକ ସଦରଥାନା ଅନ୍ତର୍ଗତ ନୂଆଗଡ ଗ୍ରାମରେ ବିଶ୍ୱର ମଙ୍ଗଳ କାମନାକରି ଶ୍ରୀଶ୍ରୀ ଶନିଶ୍ଚର ମହାଗ୍ରହଙ୍କ ବିଶ୍ଵଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହୋଇଯାଇଛି. ଏହି ମହାଯଜ୍ଞରେ ଗ୍ରାମବାସୀଙ୍କ ସମେତ ଆଖପାଖ ଗ୍ରାମର ଶତାଧିକ ଭକ୍ତ ଯୋଗ ଦେଇଥିଲେ. ଗ୍ରାମର ଯୁବପିଢ଼ିଙ୍କ ସଫଳ ଉଦ୍ୟମ କ୍ରମେ 3ହଜାରରୁ ଉର୍ଦ୍ଧ ଭକ୍ତ ଏହି କାର୍ଯ୍ୟକ୍ରମରେ ପ୍ରସାଦ ସେବନ କରି ମହାଗ୍ରହଙ୍କ ଆଶୀର୍ବାଦ ଲାଭ କରିଥିଲେ. ନାମସଂକୀର୍ତନ, ଭଜନ ସନ୍ଦ୍ୟାକୁ ଶତାଧିକ ଭକ୍ତ ଉପଭୋଗ କରୁଥିବା ଦେଖିବାକୁ ମିଳିଥିଲା.CMC ଅଠାବନ ନମ୍ବର ୱାର୍ଡ କର୍ପୋରେଟର ଜନାର୍ଦନ ପରିଡା,ନୂଆଗଡ ଗ୍ରାମ୍ୟଉର୍ଣ୍ଣୟନ କମିଟିର ସଭାପତି ବିକ୍ରମ ଶତପଥୀଙ୍କୁ ଗ୍ରାମବାସୀଙ୍କ ପକ୍ଷରୁ ସନ୍ମାନିତ କରାଯାଇଥିଲା. ଉକ୍ତ ମହାଯଜ୍ଞରେ ସଭାପତି ବିକ୍ରମ ଶତପଥି ଏବଂ ତାଙ୍କ ଧର୍ମପତ୍ନୀ କର୍ତ୍ତା କର୍ତ୍ତୀ ଭାବରେ ବିଶ୍ୱର ମଙ୍ଗଳ କାମନାକରି ପୁର୍ଣଆହୁତି ଦେଇଥିଲେ.
କଟକରୁ ଅଭିଜିତ ବରାଳଙ୍କ ରିପୋର୍ଟ
ବିଚିତ୍ରଦୁନିଆଁ
