Search
Close this search box.

ରାବଣ ପୋଡ଼ି ଉତ୍ସବ ପାଳନ।

ଓଡ଼ିଶା ର ସଂସ୍କୃତିର ସହର କଟକ ରେ ପବିତ୍ର ଦଶହରାରେ ରାବଣପୋଡ଼ି ମହୋତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ପ୍ରଥମ ଥର ପାଇଁ ୯୦ ଫୁଟ୍ ର ନିର୍ମିତ ଲଙ୍କାପତି ରାବଣ ଙ୍କ ପ୍ରତିମୂର୍ତ୍ତି ପୋଡ଼ି ମହୋତ୍ସବରେ ମୂଖ୍ୟ ଅତିଥି ଭାବେ ରାଜ୍ୟ ଆଇନ ମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଯୋଗଦେଇ ଅଗ୍ନି ସଂଯୋଗ କରିଥିଲେ। ଅନ୍ୟ ଅତିଥି ମାନଙ୍କ ମଧ୍ୟରେ କଟକ ମହାନଗର ପୁଜା କମିଟି ର ସମ୍ପାଦକ ତଥା ପୂର୍ବତନ ବିଧାୟକ ଶ୍ରୀ ପ୍ରଭାତ ତ୍ରିପାଠୀ,ଚୈ। ଦ୍ବାର -କଟକ ବିଧାୟକ ଶ୍ରୀ ସୈାଭିକ୍ ବିଶ୍ୱାଳ, ବାରବାଟୀ -କଟକ ବିଧାୟିକା ଇଂ ସୋଫିଆ ଫିର୍ଦ୍ଦୋଶ୍, ବାଙ୍କି ବିଧାୟକ ଶ୍ରୀ ଦେବୀ ରଞ୍ଜନ ତ୍ରୀପାଠୀ, କଟକ ମହାନଗର ନିଗମ ମେୟର ଶ୍ରୀ ସୁବାସ ସିଂ ଓ କଟକ ର ବହୁ ବିଶିଷ୍ଟ ବ୍ୟକ୍ତିମାନେ ଉପସ୍ଥିତ ଥିଲେ। ଏହି ରାବଣ ପୋଡି କାର୍ଯ୍ୟକ୍ରମରେ ପ୍ରଦୁଷଣ କୁ ରୋକିବା ଲାଗି ସବୁଜ ବାଣର ପ୍ରସ୍ତୁତି କରାଯାଇଥିଲା। ଏହି ମନୋରମ ଦୃଶ୍ୟକୁ ଦେଖୂବାକୁ ପ୍ରବଳ ଜନସମାଗମ ହୋଇଥିବା ଏବଂ ଏହି କାର୍ଯ୍ୟକ୍ରମରେ ଦେଖଣାହାରୀ ମାନଙ୍କ ମନୋରଞ୍ଜନ ଲାଗି ପ୍ରସିଦ୍ଧ କଳାକାର ଲୁବୁନ୍ ଟୁବୁନ୍ ଗୃପଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। କଟକ କମିଶନରେଟ୍ ପୋଲିସ୍ ପକ୍ଷରୁ ଏହି କାର୍ଯ୍ୟକ୍ରମ ଲାଗି ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା। ମୂଖ୍ୟ ଅତିଥି ଶ୍ରୀ ହରିଚନ୍ଦନ ଏହି ରାବଣ ପୋଡି ହେଉଛି ଅନ୍ୟାୟ ଉପରେ ନ୍ୟାୟର ବିଜୟ ଓ ନାରୀକୁ ସମ୍ମାନ ଦେବା ର ପ୍ରତୀକ ବୋଲି ସାମ୍ବାଦିକମାନଙ୍କ ପ୍ରଶ୍ନ ର ଉତ୍ତର ରେ ମତ ରଖିଥିଲେ।

Bichitra Dunia
Author: Bichitra Dunia

Leave a Comment