Search
Close this search box.

ଜଳ ସମସ୍ୟା ପାଇଁ ବିଡ଼ିଓ ଙ୍କୁ ଦାବି ପତ୍ର।

କଟକ ଜିଲ୍ଲା ବାରଙ୍ଗ ବ୍ଲକ୍ ଅଧୀନସ୍ଥ ନଗରୀ ପଞ୍ଚାୟତ ର ବାଟପୁରଣ ଗ୍ରାମର ଅଧୂବାସୀମାନେ ଉତ୍କଟ ପାନୀୟ ଜଳ ସମସ୍ୟା ର ସମ୍ମୁଖୀନ ହେବାର ଦେଖାଦେଇଛି। ଏହି ସମସ୍ଯାକୁ ନେଇ ପୂର୍ବରୁ ଥିବା ସରକାର ଙ୍କ ନିକଟରେ ବହୁ ବାର ଲିଖିତ ଅଭିଯୋଗ ସ୍ଥାନୀୟ ଅଧିବାସୀଙ୍କ ପକ୍ଷରୁ ହେବା ଏବଂ ସରକାର ଙ୍କ ନିର୍ଦ୍ଦେଶରେ ବିଭାଗୀୟ କର୍ତ୍ତୃପକ୍ଷ ଓ ଅଧିକାରୀ ଙ୍କ ସହ ଆଲୋଚନା ନିଷ୍ପଳ ହୋଇଯାଇଛି।ତଥ୍ଯାନୁଯାୟୀ ଏହି ଅଞ୍ଚଳର ବାସିନ୍ଦା ବ୍ୟବହାର କରୁଥିବା ପାନୀୟ ଜଳ ସମ୍ପୂର୍ଣ୍ଣ ଲୈ।ହଯୁକ୍ତ। ଏହି ପାନୀୟ ଜଳର ବ୍ଯବହାର ଯୋଗୁଁ ସ୍ଥାନୀୟ ଅଧିବାସୀମାନେ ନାହିଁ ନ ଥିବା ସମସ୍ୟା ର ସମ୍ମୁଖୀନ ହେବା ସହ ବିଭିନ୍ନ ପ୍ରକାର ରୋଗରେ ଆକ୍ରାନ୍ତ ହେଉଛନ୍ତି। ଏପରିକି ଦାନ୍ତ,ନଖ ଓ ପିନ୍ଧା ଲୁଗା ମଧ୍ୟ ଲାଲ ରଙ୍ଗ ହେବା ସ୍ଥାନୀୟ ଅଞ୍ଚଳରେ ଏକ ଭୟର ବାତାବରଣ ସୃଷ୍ଟି ହୋଇଛି। ସରକାର ଓ ଅଧିକାରୀ ଙ୍କ ସହ ଆଲୋଚନା ବିଫଳ ହେବାପରେ ସ୍ଥାନୀୟ ଅଞ୍ଚଳର ବାସିନ୍ଦା ଟୁଇନ୍ ସିଟି ପ୍ରେସ କ୍ଲବ କୁ ଜଣାଇବା ପରେ କ୍ଲବ ର ଏକ ପ୍ରତିନିଧି ମଣ୍ଡଳୀ ସ୍ଥାନୀୟ ଅଞ୍ଚଳର କିଛି ବାସିନ୍ଦାଙ୍କ ସହ ବାରଙ୍ଗ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଙ୍କୁ ଭେଟି ସମସ୍ୟା ବିଷୟରେ ଅବଗତ କରାଇବା ସହ‌ ତୁରନ୍ତ ସମାଧାନ କରିବାକୁ ଅନୁରୋଧ କରିଥିଲେ। ସମସ୍ତ ବିଷୟ ବାରଙ୍ଗ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶୁଣିବା ପରେ ଏହି ସମସ୍ୟାର ସମାଧାନ ଖୁବ୍ ଶୀଘ୍ର କରାଯିବ ବୋଲି କ୍ଲବ ର ପ୍ରତିନିଧି ମଣ୍ଡଳୀ ଙ୍କୁ ପ୍ରତିଶୃତି ଦେଇଥୂବା। ଏହି ପ୍ରତିଶୃତି ଲାଗି ବାରଙ୍ଗ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଙ୍କୁ ଟୁଇନ୍ ସିଟି ପ୍ରେସ କ୍ଲବ ପକ୍ଷରୁ ଧନ୍ୟବାଦ ପ୍ରଦାନ କରାଯାଇଛି।,

Bichitra Dunia
Author: Bichitra Dunia

Leave a Comment