Search
Close this search box.

କାୟା ମେଲାଉଛି କରୋନା! ୩ରାଜ୍ୟରେ ମାସ୍କ ପିନ୍ଧିବା ହେଲା ବାଧ୍ୟତାମୂଳକ

News18 Odia Digital

Corona in India: ଦେଶରେ ଦିନକୁ ଦିନ ବଢୁଥିବା କରୋନା ମାମଲା(Corona)କୁ ଦୃଷ୍ଟିରେ ରଖି ଅନେକ ରାଜ୍ୟରେ ମାସ୍କ ବାଧ୍ୟତାମୂଳକ କରାଯାଇଛି। ଏହି ରାଜ୍ୟଗୁଡିକରେ, ଦିଲ୍ଲୀ ନିକଟରେ ଥିବା ହରିୟାଣା(Haryana), ମହାରାଷ୍ଟ୍ର(Maharashtra) ଓ ତାମିଲନାଡୁ(TamilNadu)ର କେତେକ ଅଞ୍ଚଳରେ ସରକାର ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରିଛନ୍ତି। ଏପରି ହେଲେ ଖୁବ୍ ଶୀଘ୍ର ଆମ ରାଜ୍ୟ ମଧ୍ୟ ଏଥିରୁ ବାଦ ପଡ଼ିବନି।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ ଗତ ୨୪ ଘଣ୍ଟା ମଧ୍ୟରେ ୩,୩୦୮ ଟି ନୂଆ କରୋନା ମାମଲା ପଞ୍ଜିକୃତ ହୋଇଛି। ଏହା ସହିତ ଦେଶରେ ଚିକିତ୍ସିତ ହେଉଥିବା ରୋଗୀଙ୍କ ସଂଖ୍ୟା ୨୧,୧୭୯ କୁ ବୃଦ୍ଧି ପାଇଛି।

ବାହାରେ କୁକୁରଙ୍କୁ ଖାଇବା ଦେଲେ, ପୂଜା କରିବେନି ବ୍ରାହ୍ମଣ; ଏଠି ଜାରି ହୋଇଛି ନିୟମ

ପରିସଂଖ୍ୟାନ ଅନୁଯାୟୀ ସୋମବାର ଦିନ କରୋନା କାରଣରୁ ଦିଲ୍ଲୀ ଓ ପଞ୍ଜାବରେ ଦୁଇଜଣଙ୍କର ମୃତ୍ୟୁ ଘଟିଛି। ଏଥିସହ ଜାମ୍ମୁ-କାଶ୍ମୀର, ମହାରାଷ୍ଟ୍ର ଏବଂ ଉତ୍ତରପ୍ରଦେଶରେ ଜଣେ ଜଣେ ରୋଗୀଙ୍କ ମୃତ୍ୟୁ ଘଟିଛି। ଏହା ସହିତ ଦେଶରେ ମୃତ୍ୟୁ ସଂଖ୍ୟା ୫,୩୦,୯୦୧ କୁ ବୃଦ୍ଧି ପାଇଛି।

ହରିୟାଣାର ମନୋହର ଲାଲ ଖଟ୍ଟର ସରକାର ରାଜ୍ୟରେ ୧୦୦ ରୁ ଅଧିକ ଲୋକଙ୍କ ସମାବେଶରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରିଛନ୍ତି। ଯେଉଁଠାରେ ୧୦୦ ରୁ ଅଧିକ ଲୋକଙ୍କ ସମାବେଶ ହେବ ସେହି ସ୍ଥାନରେ ମାସ୍କ ଲଗାଇବା ବାଧ୍ୟତାମୂଳକ ହୋଇଛି। ଏହା ବ୍ୟତୀତ ରାଜ୍ୟର ମେଡିକାଲ କ୍ଷେତ୍ର ସହ ଜଡିତ ସମସ୍ତ ଲୋକଙ୍କୁ ମାସ୍କ ପିନ୍ଧିବାକୁ ପଡିବ।  ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ଅନିଲ ବିଜୟ ଏହି ସୂଚନା ଦେଇଛନ୍ତି। ଏହା ବ୍ୟତୀତ ଥଣ୍ଡା ଓ କାଶ ରୋଗୀଙ୍କ ବାଧ୍ୟତାମୂଳକ ପରୀକ୍ଷା କରିବାକୁ ପରାମର୍ଶ ଦିଆଯାଇଛି।

ଏଠି ମାପିଚୁପି ବିକ୍ରି ହେଉଛି ପାଣି; ଆଞ୍ଜୁଳେ ନଷ୍ଟ କଲେ ହେବ ଜେଲ

ସେହିଭଳି ମହାରାଷ୍ଟ୍ରରେ ସତାରା ସରକାରୀ କାର୍ଯ୍ୟାଳୟ ଓ ଟ୍ରଷ୍ଟ ଅଫିସରେ ତଥା ସାତାରା ଜିଲ୍ଲାର କଲେଜ ଏବଂ ବ୍ୟାଙ୍କରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରିଛନ୍ତି। ଦିନକୁ ଦିନ ବଢୁଥିବା ମାମଲାକୁ ଦୃଷ୍ଟିରେ ରଖି ତାମିଲନାଡୁ ସରକାର ଏପ୍ରିଲ ୨ ତାରିଖରୁ ରାଜ୍ୟ ଡାକ୍ତରଖାନାରେ ମାସ୍କ ବାଧ୍ୟତାମୂଳକ କରିଛନ୍ତି।

ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।
କମ୍ପାନୀ କହିଛି ଯେ ଯଦିଓ ଏହି ସମୟରେ 5G ବଜାରକୁ ଆସିଛି, ଆମେ କୌଣସି ପ୍ରକାରେ ଆମର ଯୋଜନାକୁ ମହଙ୍ଗା କରିବୁ ନାହିଁ । ଆମ ପାଇଁ ଆମ ଗ୍ରାହକଙ୍କଠାରୁ କେହି ବଡ଼ ନୁହଁନ୍ତି । ସେମାନଙ୍କ ଅଭିଜ୍ଞତାକୁ ଉନ୍ନତ କରିବା ପାଇଁ ଆମେ ଆମର ସେବାକୁ ଉନ୍ନତ କରିବା ଜାରି ରଖିବୁ

Source link

Bichitra Dunia
Author: Bichitra Dunia

Leave a Comment