ସନ୍ତୋଷ କୁମାର ସାହୁ ଙ୍କ ଭାରତୀୟ ଜୀଵନ ବୀମା ନିଗମ ୨୫ବର୍ଷ ପୂର୍ତ୍ତି ଉପଲକ୍ଷେ ଗ୍ରାହକ ମିଳନ
କଟକ ମହାନଦୀ ବିହାର ସ୍ଥିତ ରିଧି ସିଦ୍ଧି ମଣ୍ଡପ ରେ ସନ୍ତୋଷ କୁମାର ସାହୁ ଙ୍କ ଭାରତୀୟ ଜୀଵନ ବୀମା ନିଗମ ଅଭିକର୍ତ୍ତା ର 25 ବର୍ଷ ପୂର୍ତ୍ତି ଉପଲକ୍ଷେ ଗ୍ରାହକ ମିଳନ ଅନୁଷ୍ଠିତ ହୋଇଯାଇଛି | ଏଥିରେ ମୁଖ୍ୟ ଅତିଥିଭାବେ ରାମକୃଷ୍ଣ ମିଶ୍ର, ଏଳାଇସ କଟକ ମଣ୍ଡଳ ମାର୍କେଟିଙ୍ଗ ପରିଚାଳନା ଅଧିକାରୀ ଯୋଗ ଦେଇଥିଲେ | ଅନ୍ୟମାନଙ୍କ ମଧ୍ୟ ରେ ପ୍ରଳୟ କୁମାର ନାୟକ ପ୍ରଡକ୍ଟ ମ୍ୟାନେଜେର, ସୁମନ୍ତ କୁମାର ପାଣିଗ୍ରାହୀ କ୍ଲଷ୍ଟର ହେଡ଼ ଏଳାଇସ ହାଉସିଂ ଫାଇନାନ୍ସ ଲିମିଟେଡ଼, ପ୍ରକାଶ କୁମାର ସ୍ୱାଇଁ, ରେଜିଅନାଲ ମ୍ୟାନେଜେର ସ୍ୱାସ୍ଥ୍ୟ ବୀମା କମ୍ପାନୀ ନିଭା ବୁପା, ପ୍ରମୁଖ ଯୋଗ ଦେଇ ଥିଲେ | ଦୀର୍ଘ ୨୫ ବର୍ଷ ରୁ ଉର୍ଦ୍ଧ ହେବ ସନ୍ତୋଷ କୁମାର ସାହୁ ଗ୍ରାହକ ମାନଙ୍କୁ ଉନ୍ନତ ମାନର ସେବା ଯୋଗାଇଥିବା ରୁ ଏଳାଇସ ପକ୍ଷରୁ ବିଭିନ କ୍ଷେତ୍ରରେ ତାଙ୍କୁ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ତାଙ୍କୁ ସମ୍ମାନିତ କରାଯାଇଛି | ଏହି ଅବସରରେ 200 ରୁ ଉର୍ଦ୍ଧ ଗ୍ରାହକ ଙ୍କ ସହଯୋଗ ରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା |
