Search
Close this search box.

ଦେଶରେ ଚେତାବନୀ ଦିବସ ପାଳନ ।

ଆଜି ସମଗ୍ର ଭାରତବର୍ଷରେ ଚେତାବନୀ ଦିବସ ପାଳିତ ହେଉଥିବା ବେଳେ ଅନୁରୂପ ଭାବେ ଏହି ଦିବସ ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ କେନ୍ଦ୍ରୀୟ ଟ୍ରେଡ ୟୁନିଅନ ସମୂହ ଓ ସଂଯୁକ୍ତ କୃଷକ ମୋର୍ଚ୍ଚା ପକ୍ଷରୁ କଟକର କଚେରୀ ଗଡା ଠାରୁ ଏକ ବିରାଟ ଶୋଭାଯାତ୍ରାର ଆୟୋଜନ କରାଯିବା ସହ କେନ୍ଦ୍ର ସରକାର ଙ୍କ ର ଶ୍ରମିକ,କୃଷକ ମାରଣ , ଜନବିରୋଧୀ ନୀତି ତଥା ସର୍ବୋପରି ଅଭାବନୀୟ ଦରବୃଦ୍ଧି ଓ ବେକାରୀ ନିୟନ୍ତ୍ରଣ ର ବିଫଳତାର ପ୍ରତିବାଦରେ କଟକର ମାନନୀୟ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚି ମାନନୀୟ ଜିଲ୍ଲାପାଳ ଙ୍କ ମାଧ୍ୟମରେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ଚେତାବନୀ ଦେବା ସହ ଏହି ବିଷୟକୁ ଗମ୍ଭୀରତାର ସହ ଗ୍ରହଣ କରି ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବାକୁ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେବାକୁ ମହାମହିମ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ନିବେଦନ ପତ୍ର ପ୍ରଦାନ କରିଥୂଲେ। ବରିଷ୍ଠ ସଦସ୍ୟ ଶ୍ରୀ କିଶୋର ଜେନା ଙ୍କ ନେତୃତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଶ୍ରୀ ଖଗେଶ୍ବର ସେଠୀ, ଶ୍ରୀ ସନ୍ତୋଷ କୁମାର ଭୋଳ, ଶ୍ରୀ ଅଭୟ ସ୍ବାଇଁ ଙ୍କ ସହ କେନ୍ଦ୍ରୀୟ ଶ୍ରମିକ ସଂଗଠନ ସମୂହ ଓ ସଂଯୁକ୍ତ କୃଷକ ମୋର୍ଚ୍ଚା ର ବହୁ ସଦସ୍ୟ ଯୋଗ ଦେଇଥୂଲେ।

Bichitra Dunia
Author: Bichitra Dunia

Leave a Comment