Search
Close this search box.

ଦୈନିକ ସଂକ୍ରମଣ ୧୨ଶହ ପାର୍… ୪୮ଘଣ୍ଟାରେ ଗଲା ୭ ଜୀବନ.. ପୁଣି ହେବ ଲକଡାଉନ ?

News 18 Odia Digital

ଭୁବନେଶ୍ୱର: ୧୨ଶହ ଟପିଲା ଦୈନିକ ସଂକ୍ରମଣ । ଦେଶରେ ଆଜି ୧,୨୪୯ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏଥିସହ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୭ ହଜାର ୯୦୦ ପାର କରିଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳାୟ ତଥ୍ୟ ଅନୁସାରେ, ଗତ ୨୪ ଘଣ୍ଟାରେ ଦେଶରେ ୧,୨୪୯ କରୋନା ପଜିଟିଭ (covid positive) ଚିହ୍ନଟ ହୋଇଛନ୍ତି । ନୂଆ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୪ କୋଟି ୪୭ ଲକ୍ଷ ୬୬୭ରେ ପହଞ୍ଚିଛି  । ଗତ ୨୪ ‌ଘଣ୍ଟାରେ ୨ ଜଣଙ୍କର ଜୀବନ ନେଇଛି କୋରୋନା । ଫଳରେ ଦେଶରେ କୋଭିଡ୍‌-୧୯ ଜନିତ ମୃତ୍ୟୁସଂଖ୍ୟା ୫ ଲକ୍ଷ ୩୦ ହଜାର ୮୧୮କୁ ବୃଦ୍ଧି ପାଇଛି । କର୍ଣ୍ଣାଟକ ଏବଂ ଗୁଜରାଟରେ ଜଣେ ଲେଖାଏଁ ସଂକ୍ରମିତଙ୍କ ମୃତ୍ୟୁ ହୋଇଛି । ଦେଶରେ ସୁସ୍ଥତା ହାର ୯୮.୭୯% ରହିଛି ।

ଦେଶରେ କୋଭିଡ ସଂକ୍ରମଣ ଉପର ମୁହାଁ । ଏହାକୁ ଦୃଷ୍ଟିରେ ରଖି ଆସନ୍ତା ସୋମବାର କେନ୍ଦ୍ର ସ୍ଵାସ୍ଥ୍ୟ ସଚିବ ସମସ୍ତ ରାଜ୍ୟର ସ୍ୱାସ୍ଥ୍ୟ ବିଭାଗ ସହ ଆଲୋଚନା କରିବେ । କୋଭିଡ୍ ନେଇ ଯଦି କୌଣସି ନିର୍ଦ୍ଦେଶବଳୀ ଆସେ ତାକୁ ପୁଣି କାର୍ଯ୍ୟକାରୀ କରାଯିବ । ରାଜ୍ୟରେ ବର୍ତ୍ତମାନ ଉଦବେଗଜନକ ସ୍ଥିତି ନାହିଁ ବୋଲି କହିଛନ୍ତି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର । ରାଜ୍ୟରେ ସର୍ଭେଲାନ୍ସ, ଟ୍ରାକିଂ, ଟେଷ୍ଟିଂକୁ ଗୁରୁତ୍ୱ ଦିଆଯାଉଛି । ସବୁ ଡାକ୍ତରଖାନାରେ ଆଇସଲେସନ, ଆଇସିୟୁ ବେଡ୍ ପ୍ରସ୍ତୁତ ରହିଛି । ରୋଗୀ ଆସିଲେ କୌଣସି ଅସୁବିଧା ହେବନାହିଁ ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ସୂଚନା ଦେଇଛନ୍ତି ।

ଦେଶରେ କୋଭିଡ ସ୍ଥିତିର ସମୀକ୍ଷା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (Narendra Modi)। ଉଚ୍ଚସ୍ତରୀୟ ବୈଠକରେ ଜନସ୍ବାସ୍ଥ୍ୟ ସେବା ଓ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି । ଜନସ୍ବାସ୍ଥ୍ୟ ସମ୍ପର୍କରେ ପ୍ରସ୍ତୁତ ଓ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ପିଏମ୍‌ (PM Modi)।

ଏଥିସହ ଲ୍ୟାବ୍‌ ସର୍ଭେଲାନ୍ସ ଓ ଜିନୋମ ସିକ୍ବେନ୍ସିଂ ବଢ଼ାଇବାକୁ ପରାମର୍ଶ ଦେଇଛନ୍ତି। ସବୁ ଶ୍ବାସକ୍ରିୟା ଜନିତ ଅତି ଗୁରୁତର ଅସୁସ୍ଥ ରୋଗୀଙ୍କ ପରୀକ୍ଷା କରାଇବାକୁ କହିଛନ୍ତି ପ୍ରଧାନମନ୍ତ୍ରୀ।

ପ୍ରସ୍ତୁତିର ପରୀକ୍ଷା ପାଇଁ ପୁଣି ଡାକ୍ତରଖାନାରେ ହେବ ମକ୍‌ ଡ୍ରିଲ୍‌। ଶ୍ବାସକ୍ରିୟା ସମ୍ପର୍କିତ ସୁସ୍ଥତା ଓ କୋଭିଡ ନିୟମ ମାନିବାକୁ ପରାମର୍ଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ। ବୈଠକରେ ସ୍ବାସ୍ଥ୍ୟ ମନ୍ତ୍ରାଳୟ, ନୀତି ଆୟୋଗ ଅଧିକାରୀ ବୈଠକରେ ସାମିଲ ହୋଇଥିଲେ।

୪୮ ଘଣ୍ଟାରେ କରୋନା ନେଇଛି ୭ ଜୀବନ । ଗତକାଲିର ରିପୋଟରେ ୫ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ଆସିଥିଲା । ଛତିଶଗଡ଼, ଦିଲ୍ଲୀ, ଗୁଜୁରାଟ, ମହାରାଷ୍ଟ୍ର, କେରଳରୁ ଜଣେ ଲେଖାଏଁ କରୋନା ରୋଗୀ ପ୍ରାଣ ହରାଇଛନ୍ତି । ଏଥିସହିତ ଦେଶରେ କରୋନା ମୃତ୍ୟୁ ସଂଖ୍ୟା ୫ ଲକ୍ଷ ୩୦ ହଜାର ୮୧୫ରେ ପହଞ୍ଚିଛି।

ଅନ୍ୟପଟେ ଏଚ୍‌୩ଏନ୍‌୨ ଭାଇରସ୍‌ କରୋନା ପରି ବ୍ୟାପି ଚାଲିଛି। ଏଚ୍‌୩ଏନ୍‌୨ ଭାଇରସ ପାଇଁ ବିଶେଷ କରି ଥଣ୍ଡା ଜ୍ବର ବଢ଼ିବାରେ ଲାଗିଛି। ଏହାକୁ ଇନଫ୍ଲୁଏଞ୍ଜା ଜ୍ବର କୁହାଯାଉଛି। ତେବେ ଏହି ଜ୍ବର ହେଲେ ଦୀର୍ଘ ଦିନ ପର୍ଯ୍ୟନ୍ତ ଲକ୍ଷଣ ରହୁଛି।

ମାମଲା ବୃଦ୍ଧି ପାଇବାର କାରଣ ହେଉଛି ଭୂତାଣୁଟି ରୁପାନ୍ତର ହେଉଛି ଓ ଲୋକଙ୍କ କ୍ଷେତ୍ରରେ ରୋଗ ପ୍ରତିରୋଧକ ଶକ୍ତି ହ୍ରାସ ପାଉଛି। ଏଚ୍‌୧ଏନ୍‌୧ ଯୋଗୁଁ ବହୁ ବର୍ଷ ପୂର୍ବେ ମହାମାରୀ ହୋଇଥିଲା। ସେହି ଜୀବାଣୁଙ୍କର ରୁପାନ୍ତର ହେଉଛି ଏଚ୍‌୩ଏନ୍‌୨।

ଏହା ଏକ ସାଧାରଣ ସ୍ୱାଇନ୍ ଫ୍ଲୁ ଷ୍ଟ୍ରେନ୍। କିନ୍ତୁ ଆମେ ଅଧିକ ମାମଲା ଦେଖୁଛୁ କାରଣ ଜୀବାଣୁ ଟିକେ ରୁପାନ୍ତରିତ ହୋଇଛି ଓ ଆମ ଭିତରେ ରୋଗ ପ୍ରତିରୋଧକ ଶକ୍ତି ହ୍ରାସ ପାଇଛି ବୋଲି ଗୁଲେରିଆ କହିଛନ୍ତି।

କାହିଁକି ହୁଏ H3N2 ?

୧. ତାପମାତ୍ରାରେ ଅଧିକ ପରିବର୍ତ୍ତନ ଯୋଗୁଁ ଏଭଳି ରୋଗ ହୋଇଥାଏ। ୨. ଅତ୍ୟଧିକ ଗରମ ପବନ ଏବଂ ପ୍ରଦୂଷଣ ଏହାର ମୁଖ୍ୟ କାରଣ।
୩. ବାୟୁ ପ୍ରଦୂଷଣ ଯୋଗୁ ଏଭଳି ଭୂତାଣୁ ସୃଷ୍ଟି ହୁଏ।
୪. ୧୫ରୁ କମ ବର୍ଷର ପିଲା, ୫୦ରୁ ଅଧିକ ବୟସ୍କ ବ୍ୟକ୍ତି ଏହି ରୋଗରେ ପୀଡିତ ହୋଇଥାନ୍ତି।
୫. କୋଭିଡ ଯୋଗୁ ରୋଗ ପ୍ରତିରୋଧକ ଶକ୍ତି କମିଥିବାରୁ ଲୋକେ ଅଧିକ ଆକ୍ରାନ୍ତ ହେଉଛନ୍ତି।

H3N2 ଭୂତାଣୁ ଲକ୍ଷଣ କ’ଣ?

୧. ଥଣ୍ଡା, କାଶ, ଗଳାରେ କଫ ଜମିବା ସହ ଦେହ ଦରଜ ହୁଏ।
୨. ମୁଣ୍ଡ ବିନ୍ଧା, ଅତ୍ୟଧିକ ଜ୍ୱର, ଗଳାରେ ଘା’ ହୋଇଥାଏ।
୩. ଜ୍ୱର ହେଲେ ୨ରୁ ୩ ଦିନ ପର୍ଯ୍ୟନ୍ତ ରହିଥାଏ।
୪. ଡାଏରିଆ, ବାନ୍ତି ହେବା ସହ ଦୁର୍ବଳ ଅନୁଭବ ଲାଗିଥାଏ।
୫. ଏସବୁ ରୋଗ ଦୁଇ ସପ୍ତାହ ପର୍ଯ୍ୟନ୍ତ ଶରୀରରେ ରହିଥାଏ।

ଏହି ଖବର ପଢ଼ନ୍ତୁ –  
ଆସୁଛି ଆଉ ଏକ ପଶ୍ଚିମା ଝଡ଼ ! ୮ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି

ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।
କମ୍ପାନୀ କହିଛି ଯେ ଯଦିଓ ଏହି ସମୟରେ 5G ବଜାରକୁ ଆସିଛି, ଆମେ କୌଣସି ପ୍ରକାରେ ଆମର ଯୋଜନାକୁ ମହଙ୍ଗା କରିବୁ ନାହିଁ । ଆମ ପାଇଁ ଆମ ଗ୍ରାହକଙ୍କଠାରୁ କେହି ବଡ଼ ନୁହଁନ୍ତି । ସେମାନଙ୍କ ଅଭିଜ୍ଞତାକୁ ଉନ୍ନତ କରିବା ପାଇଁ ଆମେ ଆମର ସେବାକୁ ଉନ୍ନତ କରିବା ଜାରି ରଖିବୁ

Source link

Bichitra Dunia
Author: Bichitra Dunia

Leave a Comment