Search
Close this search box.

ଡାବୁଗାଁ-ଧୋଡ଼ରା ରାଜ୍ୟ ରାଜପଥ ହେବ ପ୍ରଶସ୍ତ,ଦୁଇ ବର୍ଷ ମଧ୍ୟରେ ଶେଷ ହେବ ରାସ୍ତା କାମ |

ନବରଙ୍ଗପୁର:- ଡାବୁଗାଁ ଥାନା ଅନ୍ତର୍ଗତ ବିରିଶୋଲାଠାରୁ ଧୋଡ଼ରା ପର୍ଯ୍ୟନ୍ତ ରାଜ୍ୟ ରାଜପଥ ରାସ୍ତା ପ୍ରଶସ୍ତୀକରଣ ହେବା ପ୍ରାୟ ୩୯ କୋଟି ବ୍ୟୟରେ ନିର୍ମାଣ ହେବାକୁ ଥିବା ଏହି ରାସ୍ତା କାର୍ଯ୍ୟ ପାଇଁ ଟେଣ୍ଡର ପ୍ରକ୍ରିୟା ପରେ ଦୁଇଟି ଠିକା ସଂସ୍ଥା ଚୁକ୍ତି କରିବାକୁ ଥିବା ବେଳେ ଆଗାମୀ ୧୫ ଦିନ ମଧ୍ୟରେ ରାସ୍ତା ଆରମ୍ଭ ହେବ ବୋଲି ଜଣାପଡ଼ିଛିପୂର୍ତ୍ତ ବିଭାଗ ଅଧିନରେ ଥିବା ଡାବୁଗାଁ ବିରିଶୋଲା ରାଜ୍ୟ ରାଜପଥ-୩୯ରୁ ଝରିଗାଁ ବ୍ଲକ ଅନ୍ତର୍ଗତ ଧୋଡ଼ରା ପର୍ଯ୍ୟନ୍ତ ରାସ୍ତା ପ୍ରଶସ୍ତୀକରଣ କାର୍ଯ୍ୟ ଆରମ୍ଭ ହେବା ଏଥି ନିମନ୍ତେ ଦୁଇଟି ଠିକା ସଂସ୍ଥା ଚୁକ୍ତି କରିବାକୁ ଥିବା ବେଳେ ଆଗାମୀ ୨ ବର୍ଷ ମଧ୍ୟରେ ଏହି ରାସ୍ତା କାର୍ଯ୍ୟ ସଂପୂର୍ଣ୍ଣ ହେବାକୁ ବିଭାଗ ପକ୍ଷରୁ ଧାର୍ଯ୍ୟ କରାଯାଇଥିବା ଜଣାପଡ଼ିଛି। ବିରିଶୋଲାଠାରୁ ଡାବୁଗାଁ ଅଗ୍ନିଶମ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଗୋଟିଏ ଠିକା ସଂସ୍ଥା ଏବଂ ଅଗ୍ନିଶମ କାର୍ଯ୍ୟାଳୟଠାରୁ ଝରିଗାଁ ବ୍ଲକ ଅନ୍ତର୍ଗତ ଧୋଡ଼ରା ପର୍ଯ୍ୟନ୍ତ ଅନ୍ୟ ଏକ ଠିକା ସଂସ୍ଥା କାର୍ଯ୍ୟ କରିବା ପ୍ରାୟ ୩୦ କିମି ଲମ୍ବା ଏହି ରାସ୍ତା ପ୍ରଶସ୍ତୀକରଣ ପରେ ବହୁ ମାତ୍ରାରେ ଟ୍ରାଫିକ୍ ସମସ୍ୟା ଦୂରୀଭୂତ ହେବ। ତେବେ ଡାବୁଗାଁ କନ୍ୟାଶ୍ରମଠାରୁ ଅଗ୍ନିଶମ କାର୍ଯ୍ୟାଳୟ ପର୍ଯ୍ୟନ୍ତ୪ ଲେନ୍ ବିଶିଷ୍ଟ ରାସ୍ତା ହେବା ଯଦ୍ବାରା କନ୍ୟାଶ୍ରମଠାରୁ ଅଗ୍ନିଶମ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଦୀର୍ଘ ବର୍ଷ ଧରି ବସବାସ କରୁଥିବା ଏବଂ ରାସ୍ତା ପାର୍ଶ୍ଵରେ ବ୍ୟବସାୟ କରୁଥିବା କିଛି ଅଧିବାସୀ ବିସ୍ଥାପିତ ହେବାର ସମ୍ଭାବନା ଦେଖାଦେଇଛି। ४ଲାଇନ ରାସ୍ତା ହେବା ଦ୍ବାରା ବର୍ତମାନ ରାଜ୍ୟ ରାଜପଥ-୩୯ ଦୁଇଗୁଣ ଓସାର ହେବା ଧୀରେ ଧୀରେ ଡାବୁଗାଁର ଜନସଂଖ୍ୟା ବୃଦ୍ଧି ସହ ଯାନବାହନ ଚଳାଚଳରେ ଅହେତୁକ ବୃଦ୍ଧି ଯୋଗୁଁ ସବୁଦିନ ଟ୍ରାଫିକ୍ ସମସ୍ୟା ଲାଗି ରହୁଥିଲା | ବିଶେଷ କରି ତାରିଣୀ ମନ୍ଦିର ଛକ, ଦୈନିକ ବଜାର, ବ୍ଳକ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଟ୍ରାଫିକ୍ ସମସ୍ୟା ରହୁଥିଲା । ତେଣୁ ୪ ଲେନ୍ ରାସ୍ତା ହେଲେ ଆଉ ଟ୍ରାଫିକ୍ ସମସ୍ୟା ଦେଖା ଦେବ ନାହିଁ। ଡାବୁଗାଁ କୃଷି କାର୍ଯ୍ୟାଳୟଠାରୁ ବ୍ଲକ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଅଣ ଓସାରିଆ ସହ ଜନଗହଳି ରହୁଥିବା ବେଳେ ରାସ୍ତା ପ୍ରଶସ୍ତୀକରଣ ପରେ ଲୋକେ ଆଶ୍ବସ୍ତ ହେବେ | ପୂର୍ଷ ବିଭାଗ ଦ୍ବାରା ଡାବୁଗାଁ ମୁଖ୍ୟ ତାରିଣୀ ମନ୍ଦିର ଛକରୁ ମାନିଗାଁ ଓ ବୋରିଗାଁ ପର୍ଯ୍ୟନ୍ତ ବର୍ଷମାନ ରାସ୍ତା ପ୍ରଶସ୍ତୀକରଣ କାର୍ଯ୍ୟ ଜାରି ରହିଥିବା ବେଳେ ରାସ୍ତା ପାର୍ଶ୍ଵରେ ବହୁ ଦୋକାନ ଘର ଭଙ୍ଗା ଅବସ୍ଥାରେ ରହିଛି। ବର୍ତ୍ତମାନ ନୂଆ ରାସ୍ତା ପ୍ରଶସ୍ତୀକରଣ କାର୍ଯ୍ୟ ଆରମ୍ଭ ହେଲେ ରାସ୍ତା ପାର୍ଶ୍ବରେ ଥିବା ବହୁ ପୁରୁଣା ଦୋକାନ ଗୃହ ନିଶ୍ଚିହ୍ନ ହୋଇଯିବ |

Bichitra Dunia
Author: Bichitra Dunia

Leave a Comment